ମୁମ୍ଵାଇ ୨୯।୦୬; ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଫ୍ୟାନ୍ସ । କାର୍ଡିଆକ ଆରେଷ୍ଟରେ ପ୍ରାଣ ହରାଇଛନ୍ତି ୪୨ ବର୍ଷୀୟ ଶେଫାଳୀ । ପାଖ ଲୋକଙ୍କ କହିବାନୁଯାୟୀ କାମ ନ ମିଳିବାରୁ ଅବସାଦରେ ଥିଲେ କି ଶେଫାଳୀ ? କିଛି ମେଡିସିନ୍ ଖାଉଥିଲେ , ଯେଉଥିପାଇଁ ଚାଲିଗଲା କି ଜୀବନ ? ୪୨ ବର୍ଷରେ ମଧ୍ୟ ଫିଟ୍ ନଜର ଆସୁଥିଲେ ଶେଫାଳୀ । ଏତେ ଫିଟ୍ ଥିବା ସତ୍ତ୍ଵେ ଲାହିଁକି ତାଙ୍କୁ ହୃଦ୍ଘାତ ଆସିଲା ତାକୁ ନେଇ ଏବେ ସବୁଠି ଚର୍ଚ୍ଚା କରିଛି।
ଶେଫାଳୀଙ୍କ ନିକଟତମ ଲୋକଙ୍କ କହିବାନୁଯାୟୀ ଦୁହେଁ ସବୁବେଳେ ଖୁସିରେ ଥିବା ନଜର ଆସିଥାନ୍ତି । ଶେଫାଳୀ ସବୁବେଳେ ଫିଟ୍ ଲାଗିଥାନ୍ତି । ବହୁତ ଦିନ ହେବ ପରଦାରୁ ଦୁରେଇ ରହିଥିଲେ । ଲୋକେ ଭାବୁଥିବେ ବୋଧ ହୁଏ ସେଥିପାଇଁ ଅବସାଦରେ ଥାଇପାରନ୍ତି । କିନ୍ତୁ ସେପାରି କିଛି ନାହିଁ ଶେଫାଳୀ ଇଭେଣ୍ଟମାନଙ୍କରେ ଯାଅନ୍ତି ଏବଂ ତାଙ୍କ ପାଖରେ କାମ ଥିଲା । ଶେଫାଳୀଙ୍କ ପରିବାର ଅନୁଯାୟୀ ସେ ଆଗରୁ ହୃଦ୍ଘାତ୍ରେ ପୀଡିତ ଥିଲେ । ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ପୂରା ସୁସ୍ଥ ଥିଲେ। କିନ୍ତୁ ହଠାତ୍ ରାତିରେ ତାଙ୍କର ହୃଦଘାତ ହୋଇଥିଲା । ଏହା ମଧ୍ୟ ଦାବି କରାଯାଉଛି ଶେଫାଳୀ ଗତ ୫ ରୁ ୬ ବର୍ଷ ଧରି ଜବାନ ଦେଖାଯିବା ପାଇଁ ଆଣ୍ଟିଏଜିଂ ଟ୍ରିଟ୍ମେଣ୍ଟ୍ର ମେଡିସିନ୍ ଖାଉଥିଲେ । ଏହା ସହି ସେ ଦୀର୍ଘଦିନ ଧରି ବାତ ରୋଗରେ ମଧ୍ୟ ପୀଡିତ ଥିଲେ ।
ଏବେ ତାଙ୍କ ମୃତ୍ୟୁ ପରେ ଡାକ୍ତର ପ୍ରକାଶ କରିଛନ୍ତି ସେ ବାର୍ଦ୍ଧକ୍ୟ ନହେବା ପାଇଁ ଚିକିତ୍ସା ନେଉଥିଲେ। ଜୱାନ ଦେଖାଯିବା ପାଇଁ ମେଡିସିନ୍ ମଧ୍ୟ ଖାଉଥିଲେ । ଏଥିମଧ୍ୟରୁ ଗୋଟିଏ ହେଲା ଭିଟାମିନ୍ ସି ଅନ୍ୟ ଟି ଗ୍ଲୁଟାଥିଓନି। ଡାକ୍ତରଙ୍କ ଦାବି ଅନୁସାରେ ଏଥିରେ ହୃଦ୍ଘାତର କୌଣସି ସମ୍ପର୍କ ନାହିଁ । ଏହାକୁ କେବଳ ତ୍ଵଚାର ସୁନ୍ଦରତା ପାଇଁ ନିଆଯାଏ । ଶେଫାଳୀଙ୍କ ମୃତ୍ୟୁକୁ ନେଇ ପୁଲିସ୍ ନିଟତମ ବନ୍ଧୁମାନଙ୍କ ବୟାନ ରେକର୍ଡ କରିଛି ।